ସ୍କୁଲ ବାରଣ୍ଡାରେ ନବଜାତ ଶିଶୁ ଓ ପରିବାର

ଫୁଲବାଣୀ,ବଲସକୁମ୍ଫା,ଏନ୍ଏନ୍ଏସ୍: ଗତ ୨୬ ଦିନ ହେଲା ନବଜାତ ଶିଶୁ ପୁତ୍ରକୁଧରି ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଦୁତିପଡ଼ା ପଞ୍ଚାୟତର ସିଦିଙ୍ଗି ଗ୍ରାମର ନୃସିଂହ ଚରଣ ମହାନନ୍ଦ ଓ ସ୍ତ୍ରୀ ଲକ୍ଷ୍ମୀ ମହାନନ୍ଦ। ସୂଚନା ଅନୁସାରେ , ନୃସିଂହଙ୍କ ମାଆଙ୍କ ଦେହାନ୍ତ ହୋଇଯାଇଥିବାବେଳେ କେବଳ ବାପା ଅଛନ୍ତି। କିନ୍ତୁ ବାପା ଜଣେ ମାନସିକ ବିକୃତ ବ୍ୟକ୍ତି। କେତେବେଳେ କଣ ହେଉଛି ତାହାର କିଛି ଠିକ୍ ଠିକଣା ନାହିଁ। ପୂର୍ବରୁ ସେ ତାମିଲନାଡୁ ସ୍ଥିତ ଏକ କମ୍ପାନୀରେ ରହି କାମ କରୁଥିଲେ। ଲକଡ଼ାଉନ୍ ଯୋଗୁଁ ସେ ନିଜ ଗ୍ରାମକୁ ଫେରିଛନ୍ତି। ନିଜ ଗ୍ରାମରେ ଥିବା କୁଡ଼ିଆ ଘରେ କିଛିଦିନ ବିତାଇଥିଲେ ମଧ୍ୟ ବାପାଙ୍କ ମାନସିକ ବିକୃତ ସହିତ ଘରେ ଜଣେ ଗର୍ଭବତୀ ସ୍ତ୍ରୀ ରହିବା ଉଚିତ୍ ମନେନକରି କିଛିଦିନ
ପରଘରେ ମୁଣ୍ଡ ଗୁଞ୍ଜିଥିଲେ। ଗତ ୨୬ଦିନ ତଳେ ଏହି ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମଲାଭ କରିଛି। ପୁତ୍ର ଜନ୍ମପରେ
ମେଡ଼ିକାଲରୁ ଘରକୁ ଫେରିଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ କିଛି ବ୍ୟବସ୍ଥା ନଥିବା ଯୋଗୁଁ ସ୍କୁଲ ଗ୍ରାମର ଏକ ପୁରୁଣା ସ୍କୁଲ ପାଲଟିଛି ଏହି ଦମ୍ପତିଙ୍କ ସାହା ଭରସା।