ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ଫୁଲବାଣୀ,ଖଜୁରିପଡା,ଏନ୍ଏନ୍ଏନ୍: କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ବିବାହ ଯୋଜନା କରିବା ଅଭିଯୋଗରେ ଖଜୁରିପଡା ଥାନା ପୁଲିସ ଜଣେ ଯୁବକୁ ଗିରଫ କରିଛି। ଗିରଫ ଯୁବକର ନାମ ବେଲାଳସେନ ଗଣ୍ଡା (୨୦) ବୋଲି ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଖଜରିପଡା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଫୁଲବାଣୀ ସଦରଥାନା ବେଣାକେରା ଗ୍ରାମର ବେଲାଳସେନ ଗଣ୍ଡା ଗତ ମାସ ୨ ତାରିଖରେ ଅପହରଣ କରି ତାକୁ ନିଜ ଘରେ ରଖିଥିଲେ। ନାବାଳିକା ସହିତ ଯୁବକ ଜଣକ ବିବାହ କରିବାକୁ ମଧ୍ୟ ଯୋଜନା କରୁଥିଲା। ଏନେଇ ନାବାଳିକାର ପିତା ଖଜୁରିପଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଖଜୁରିପଡା ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଖଜୁରିପଡା ପୁଲିସ ଉକ୍ତ ଯୁବକଙ୍କ ଘରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ଯୁବକକୁ ଗିରଫ କରି ଆଜି ଡ଼ାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିବା ଖଜୁରିପଡା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି।