ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୯୫୨୪୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୧୩୯, ଖୋର୍ଦ୍ଧାରୁ ୧୨୭, କଟକରୁ ୧୨୨, ମୟୂରଭଞ୍ଜରୁ ୯୩, ଅନୁଗୁଳରୁ ୭୬, ନୂଆପଡାରୁ ୭୬, ବଲାଙ୍ଗିରରୁ ୭୫, ପୁରୀରୁ ୭୨, ବରଗଡରୁ ୬୮, ମାଲକାନଗିରିରୁ ୬୦, ଜଗତସିଂହପୁରରୁ ୫୯, କେନ୍ଦ୍ରାପଡାରୁ ୫୭, ଝାରସୁଗୁଡାରୁ ୫୩, କେନ୍ଦୁଝରରୁ ୪୪, କଳାହାଣ୍ଡି ଓ ସମ୍ବଲପୁରରୁ ୩୭ ଜଣ ଲେଖାଏଁ, ନୟାଗଡରୁ ୩୬, ବାଲେଶ୍ୱରରୁ ୩୫, ଢେଙ୍କାନାଳ ଓ ଯାଜପୁରରୁ ୩୪ଜଣ ଲେଖାଏଁ, ଭଦ୍ରକରୁ ୩୧, କୋରାପୁଟରୁ ୨୮, ସୋନପୁରରୁ ୧୮, ଗଞ୍ଜାମରୁ ୧୭, ନବରଙ୍ଗପୁରରୁ ୧୪, କନ୍ଧମାଳରୁ ୧୩, ଦେବଗଡରୁ ୬, ରାୟଗଡାରୁ ୬, ଗଜପତିରୁ ୫, ବୌଦ୍ଧରୁ ୨ ଏବଂ ଷ୍ଟଟପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି।