ସଡ଼କ ଦୁର୍ଘଟଣା ଯୁବକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଥାନା ଅନ୍ତର୍ଗତ ବାଣିପାହାଡ଼ ନିକଟସ୍ଥ ଏକ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ କୁଡ଼ାଲୋଇ ଗ୍ରାମର ସରୋଜ ଭୋଇ(୩୦) ବୋଲି ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ସରୋଜ ଏକ ବାଇକ ଯୋଗେ କୌଣସି କାର୍ଯ୍ୟରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବାଣିପାହାଡ଼ ନିକଟସ୍ଥ ଏକ ପୋଲରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସରୋଜଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଲଖନପୁରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କ ମୃତ୍ୟୁ ହୋଇଥିବା ଲଖନପୁର ଥାନାଧିକାରୀ ଦୁଃଖୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହ ମୃତ ସରୋଜଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଛି।