ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ବଢ଼ୁଛି ସୁସ୍ଥସଂଖ୍ୟା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ଆଉ ୧୦୩୫ଜଣ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୯ଲକ୍ଷ ୮୭ହଜାର ୩୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୯୧, କଟକରୁ ୧୩୦, ଯାଜପୁରରୁ ୭୨, ବାଲେଶ୍ୱରରୁ ୬୫, ଜଗତସିଂହପୁରରୁ ୩୯, ଭଦ୍ରକରୁ ୩୦, ମୟୁରଭଞ୍ଜରୁ ୨୬, ଅନୁଗୁଳ ଓ ଢେଙ୍କାନାଳରୁ ୨୨ ଲେଖାଏଁ ଓ ପୁରୀରୁ ୧୯ଜଣ ରହିଛନ୍ତି। ସେହିପରି ନୟାଗଡ଼ରୁ ୧୮, ସୁନ୍ଦରଗଡ଼ରୁ ୧୭, କେଉଁଝରରୁ ୧୪, ବରଗଡ଼ରୁ ୧୧, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୯ ଲେଖାଏଁ, ବଲାଙ୍ଗିର ଓ ଗଞ୍ଜାମରୁ ୮ ଲେଖାଏଁ, ଦେଓଗଡ଼ ଓ ସମ୍ବଲପୁରରୁ ୬ ଲେଖାଏଁ, ଝାରସୁଗୁଡ଼ା ଓ ମାଲକାନଗିରିରୁ ୫ ଲେଖାଏଁ, କୋରାପୁଟ ଓ ନବରଙ୍ଗପୁରରୁ ୪ ଲେଖାଏଁ, ସୋନପୁରରୁ ୨, ବୌଦ୍ଧ, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨ହଜାର ୩୨୩ ହୋଇଥିବାବେଳେ ୯ଲକ୍ଷ ୮୭ହଜାର ୩୬୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୭,୪୯୩ଜଣଙ୍କର ମୃତ୍ୟୁ ଘଟିଛି ଓ ୭ହଜାର ୪୦୮ଜଣ ଚିକିତ୍ସିତ ହେଉଛନ୍ତି।