ଆଜିଠୁ ମହଙ୍ଗା ହେଲା ଏଟିଏମ୍ କାରବାର

ନୂଆଦିଲ୍ଲୀ,ଏଜେନ୍ସି: ଏଟିଏମ ବ୍ୟବହାରକାରୀଙ୍କୁ ଝଟକା। ମହଙ୍ଗା ହେଲା ଏଟିଏମ କାରବାର। ଆଜିଠୁ(ଶନିବାର) ଏଟିଏମ ଯୋଗେ ଟଙ୍କା ଉଠାଣ ଉପରେ ଅଧିକ ଶୁକ୍ଲ ଲାଗୁ ହେବ। ଅର୍ଥାତ୍ ଏଣିକି ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବ ତୁଳନାରେ ଅଧିକ ଫି ଦେବାକୁ ପଡିବ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଜୁନରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ, ମାଗଣା ଟ୍ରାଞ୍ଜାକ୍ସନର ମାସିକ ଲିମିଟ ପରେ ଅଧିକ କାରବାର ପାଇଁ ବ୍ୟାଙ୍କ ଗ୍ରାହକଙ୍କୁ ଆଜିଠୁ ପ୍ରତି କାରବାର ପିଛା ୨୧ ଟଙ୍କା ଦେୟ ଦେବାକୁ ହେବ। ଯାହା ପୂର୍ବରୁ ୨୦ ଟଙ୍କା ଥିଲା। ଗ୍ରାହକମାନେ ନିଜ ବ୍ୟାଙ୍କ ଏଟିଏମରୁ ୫ ଥର ଫ୍ରି ଏଟିଏମ କାରବାର କରିପାରିବେ। ଏହି ୫ ଥର ମଧ୍ୟରେ ସମସ୍ତ ପ୍ରକାର ଅର୍ଥାତ୍ ଆର୍ଥିକ ଏବ ଅଣଆର୍ଥିକ କାରବାର କରିପାରିବେ। ଗତ ବର୍ଷ ଅଗଷ୍ଟ ପୂର୍ବରୁ ବ୍ୟାଙ୍କ ଏଟିଏମ ଯୋଗେ ଆର୍ଥିକ କାରବାର ଫି ୧୫ ରୁ ୧୭ ଟଙ୍କା ରହିଥିଲା। ପରବର୍ତ୍ତୀ ସମୟରେ ଏହାକୁ ବୃଦ୍ଧି କରିବାକୁ ଆରବିଆଇ ଅନୁମତି ଦେଇଥିଲା।