ମୁଖ୍ୟମନ୍ତ୍ରୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ସମସ୍ତ ସଚିବ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସମସ୍ତ ସଚିବ। ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ନେତୃତ୍ବରେ ସମସ୍ତ ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ସମସ୍ତ ସଚିବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କୋଭିଡ଼ ପାଇଁ ସରକାରୀ କାର୍ଯ୍ୟାଳୟରେ ଲାଗିଛି ନୂଆବର୍ଷ କଟକଣା। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅଧିକାରୀ ଓ ଶୁଭେଚ୍ଛୁ କେବଳ ଅନଲାଇନ ଯୋଗେ ଶୁଭେଚ୍ଛା ଜଣାଇ ପାରିବେ । ଫୁଲ ଦେଇ ନୂଆବର୍ଷ ଅଭିନନ୍ଦନ ଜଣାଇବାକୁ ମନା। ତେଣୁ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ସଚିବ ଶୁଭେଚ୍ଛା ଜଣାଇଛନ୍ତି।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସମସ୍ତ ସଚିବ ଉପସ୍ଥିତ ଥିଲେ। ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ସଚିବ ଦଳଙ୍କ ମଧ୍ୟରେ ଶୁଭେଚ୍ଛା ବାର୍ତ୍ତା ଆଦାନ ପ୍ରଦାନ ହୋଇଛି।