ନାଇଟ୍ କର୍ଫ୍ୟୁ ଲାଗୁ କଲେ କରୋନା ସଂକ୍ରମଣ କମିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ-ସୋମ୍ୟା ସ୍ୱାମୀନାଥନ

ନୂଆଦିଲ୍ଲୀ,ଏଜେନ୍ସି: ନାଇଟ୍ କର୍ଫ୍ୟୁ ଲାଗୁ କରିଲେ କରୋନା ସଂକ୍ରମଣ କମିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୋମ୍ୟା ସ୍ୱାମୀନାଥନ। ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଭାରତ ଭଳି ଦେଶ ଗୁଡିକ ବୈଜ୍ଞାନିକ ପ୍ରମାଣ ଉପରେ ପର୍ଯ୍ୟବେଶିତ ନିତୀ ଲାଗୁ କରି କରୋନା ସଂକ୍ରମଣ ଉପତରେ ରୋକ ଲଗାଇପାରିବେ। ରାତ୍ରିକାଳୀନ କର୍ଫ୍ୟୁ ପଛରେ କୌଣସି ବିଜ୍ଞାନ ନାହିଁ।

କରୋନାରେ ରୋକ ଲଗାଇବା ପାଇଁ ପ୍ରମାଣ ଭିତ୍ତିକ ପଦକ୍ଷେପ ନେବାକୁ ପଡିବ ବୋଲି ସେ କହିଛନ୍ତି। ତେବେ ପିକନିକ୍ ସ୍ପଟ୍ ତଥା ମନୋରଞ୍ଜନ ପ୍ରଦାନ କରୁଥିବା ସ୍ଥାନ ଗୁଡିକରେ କଟକଣା ରହିବା ସ୍ୱାଭାବିକ। ଭାରତୀୟ ମାନେ ପ୍ରସ୍ତୁତ ରହିବା ଆବଶ୍ୟକ, ଭୟଭିତ ନୁହେଁ । ଭାରତରେ ଶନିବାର ଓମୋକ୍ରୋନ୍ ସଂକ୍ରମଣ ମାମଲା ୧,୪୩୧ ରେ ପହଁଞ୍ଚିଛି। ଏଥି ମଧ୍ୟରୁ ମହାରାଷ୍ଟ୍ରରେ ୪୫୪, ଦିଲ୍ଲୀରେ ୩୫୧, ତାମିଲନାଡୁ ୧୧୮, ଗୁଜୁରାଟ ୧୧୫, ଏବଂ କେରଳରେ ୧୦୯। ବର୍ତ୍ତମାନ ଭାରତରେ ୧,୦୪,୭୮୧ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ସୁସ୍ଥତା ହାର ୯୮.୩୨% ରହିଛି।

ଶୁକ୍ରବାର ଦିନ ପୃଥକ ଟ୍ୱିଟ୍‌ରେ ସ୍ୱାମୀନାଥନ୍ କହିଛନ୍ତି ଟିକା ଗ୍ରହଣ କରି ନଥିବା ଲୋକମାନେ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ତେବେ ସେ ଏହା ମଧ୍ୟ କିଛନ୍ତି ଯେ ଓମିକ୍ରୋନ କମ୍ ଗୁରୁତର ଅଟେ। ତଥାପି ବିପୁଳ ସଂଖ୍ୟାର ଅଳ୍ପ ପ୍ରତିଶତ ଲୋକ ବହୁତ ବଡ ଅଟନ୍ତି ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀକୁ ଭରି ଦେଇପାରେ।”