ଜନ୍ମାଷ୍ଟମୀରେ ମଥୁରା ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆଜି ବେଶ୍ ଧୁମଧାମରେ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୃଷ୍ଣ ଜନ୍ମଭୂମି ମଥୁରା ପହଞ୍ଚି ପୂଜାର୍ଚ୍ଚନାରେ ସାମିଲ ହୋଇଛନ୍ତି । ପରେ ଉତ୍ତରପ୍ରଦେଶ ତୀର୍ଥ ବିକାଶ ପରିଷଦ ପକ୍ଷରୁ ଜୟପୁର ମନ୍ଦିର ପାଖରେ ନବନିର୍ମିତ ଅନ୍ନପୂର୍ଣ୍ଣା ଭୋଜନାଳୟର ଲୋକାର୍ପଣ କରିଛନ୍ତି । ପରେ ଏଠାରେ ଭ୍ରମଣ କରି ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଛନ୍ତି । ଏହି ସମୟରେ ଆଦିତ୍ୟନାଥଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ, ସ୍ଥାନୀୟ ବିଧାୟକ ଶ୍ରକାନ୍ତ ଶର୍ମା, କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ ଓ ପର୍ଯ୍ୟଟନ ମନ୍ତ୍ରୀ ଜଗବୀର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।