ସିସୋଦିୟା ନମ୍ବର ୧ ଅଭିଯୁକ୍ତ : ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବକାରୀ ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟାଙ୍କ ଆବାସ ଓ ୨୦ ଅନ୍ୟ ସ୍ଥାନରେ ସିବିଆଇ ରେଡ ମାରିଛି । ଏନେଇ ସିବିଆଇ ଯେଉଁ ମାମଲା ଦାୟର କରିଛି ସେଥିରେ ସିସୋଦିୟାଙ୍କୁ ନମ୍ବର ୧ ଅଭିଯୁକ୍ତ ଦର୍ଶାଇଛି । ଏଥିରେ ସିସୋଦିୟାଙ୍କ ବ୍ୟତୀତ ୧୫ଜଣଙ୍କ ନାମ ଉଲ୍ଲେଖ ରହିଛି । ଏହି ରେଡକୁ ନେଇ ଆମ ଆଦମି ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଛକାପଞ୍ଝା ଜାରି ରହିଛି । ଉପରୁ ମିଳିଥିବା ଆଦେଶ ଯୋଗୁ ଏଜେନ୍ସି ଏଭଳି କରୁଥିବା ଆପ୍ ଆରୋପ ଲଗାଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇତିମଧ୍ୟରେ କହିଛନ୍ତି ଯେ, ଚିନ୍ତା କରିବାର କୌଣସି ଅବଶ୍ୟକତା ନାହିଁ । ତାଙ୍କୁ ହଇରାଣ କରିବା ପାଇଁ ଏଜେନ୍ସିକୁ ଉପରୁ ଆଦେଶ ମିଳିଛି ।