ଯୋଗୀଙ୍କୁ ମିଳିବ ମୋଦୀଙ୍କ ପରି ସୁରକ୍ଷା

ନୂଆଦିଲ୍ଲୀ: ଦେଶର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଜଣେ ଯୋଗୀ ଆଦିତ୍ୟନାଥଙ୍କୁ ଲଗାତାର ଭାବେ ଧମକ ମିଳୁଛି। ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଜେନ୍ସି ପକ୍ଷରୁ ମଧ୍ୟ ବହୁବାର ଆକ୍ରମଣ ସମ୍ବନ୍ଧରେ ଆଲର୍ଟ ଜାରି କରାଯାଇଛି। ସେଥିପାଇଁ ଏବେ ଉତ୍ତରପ୍ରଦେଶ ସରକାର ଯୋଗୀଙ୍କ ସୁରକ୍ଷାରେ କୌଣସି ଅବହେଳା କରିବାକୁ ଚାହୁଁନାହିଁ। ଏଭଳି ସ୍ଥିତିରେ ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯିବାର ନିଷ୍ପତ୍ତି ନିଆଯାଇଛି। ଆଉ ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଯେଉଁ ସ୍ତରର ସୁରକ୍ଷା ପ୍ରଦାନ କରାଯାଉଛି ତାହା ଯୋଗୀଙ୍କୁ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣର ବିପଦକୁ ଲକ୍ଷ୍ୟରେ ରଖି ସର୍ବଦା ତାଙ୍କ ସୁରକ୍ଷାର ସମୀକ୍ଷା କରାଯାଇଥାଏ। ଆଉ ଏବେ ଉତ୍ତରପ୍ରଦେଶରେ ସ୍ପେଶିଆଲ ସିକ୍ୟୁରିଟି ଗ୍ରୁପ୍ (ଏସ୍ଏସ୍ଜି) ଗଠନ କରାଯାଇଛି। ଏସଏସଜିରେ ପୀଏସି ଓ ଏଟିଏସର କମାଣ୍ଡଙ୍କୁ ସାମିଲ କରାଯାଇଛି।।