ପ୍ରେମ ହେଲା କାଳ : ଦିଲ୍ଲୀ ୟୁନିଭର୍ସିଟି ଛାତ୍ରକୁ ପିଟି ପିଟି ହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀର ଆଦର୍ଶ ନଗରରେ ଦିଲ୍ଲୀ ୟୁନିଭର୍ସିଟି ଛାତ୍ରକୁ ପିଟି ପିଟି ମାରି ଦିଆଯାଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ ଏହା ଏକ ପ୍ରେମ ପ୍ରସଙ୍ଗ ବୋଲି ଜଣାପଡ଼ିଛି। ଉକ୍ତ ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହ ୩ଜଣ ନାବାଳକଙ୍କୁ ଅଟକ ରଖାଯାଇଛି।

ସୂଚନାନୁଯାୟୀ, ରାହୁଲ ନାମକ ୧୮ ବର୍ଷୀୟ ଯୁବକ ଅନ୍ୟ ଧର୍ମର ଝିଅକୁ ଭଲ ପାଉଥିଲା। ଆଉ ଏହା ଝିଅ ଘର ଲୋକଙ୍କୁ ପସନ୍ଦ ନଥିଲା। ସେଥିପାଇଁ ସେମାନେ ତାକୁ ପିଟି ପିଟି ମାରି ଦେଇଛନ୍ତି। ଏବେ ପୁଲିସ ପୁରା ଘଟଣାର ତଦନ୍ତ କରୁଛି।

ରାହୁଲର ପରିବାର ଲୋକେ କହିବାନୁସାରେ, ଝିଅ ଘର ଲୋକ ରାହୁଲକୁ ଫୋନ୍ କରି ବାହାରକୁ ଡାକିଥିଲେ। ରାହୁଲ ଘରୁ ବାହାରକୁ ଯିବାବେଳକୁ ସେଠାରେ ୮ରୁ ୧୦ ଜଣ ଯୁବକ ତା’ର ଅପେକ୍ଷା କରିଥିଲେ। ସେଠାରୁ ସେମାନେ ରାହୁଲଙ୍କୁ ନିଜ ସହ ନେଇଯାଇ ନିଧୁର୍ମ ପିଟିିଥିଲେ। ରାହୁଲଙ୍କ ପରିବାର ଏସମ୍ପର୍କରେ ଜାଣି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ ବେହୋସ ହୋଇ ପଡ଼ିଥିଲେ। ପରିବାର ଲୋକେ ରାହୁଲଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।