Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମାର୍ଚ୍ଚ ୨୫ରେ ଶପଥ ନେବେ ଯୋଗୀ ସରକାର ୨.୦, ପ୍ରଧାନମନ୍ତ୍ରୀ ମୋଦୀ ରହିବେ ଉପସ୍ଥିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମାର୍ଚ୍ଚ ୨୫ରେ ଶପଥ ନେବେ ଯୋଗୀ ସରକାର ୨.୦, ପ୍ରଧାନମନ୍ତ୍ରୀ ମୋଦୀ ରହିବେ ଉପସ୍ଥିତ

ଲଖନଉ,ଏଜେନ୍ସି: ଉତ୍ତର ପ୍ରଦେଶରେ କ୍ରମାଗତ ଭାବେ  ଦ୍ୱିତୀୟ ଥର ବହୁମତ ହାସଲ କରିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ଇତିହାସରେ ଆସନ୍ତା ମାର୍ଚ୍ଚ ୨୫ରେ ଆଉ ଏକ ଅଧ୍ୟାୟ ଯୋଡ଼ିବ। ଅର୍ଥାତ ସେହିଦିନ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜଧାନୀ  ଲଖନଉସ୍ଥିତ ଇକାନା ଷ୍ଟାଡ଼ିୟମରେ ଯୋଗୀ ଆଦିତ୍ୟନାଥ ଶପଥ ଗ୍ରହଣ କରିବେ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଯୋଗୀଙ୍କ ସହିତ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏଥି ସହିତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ, ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ନେତା ଯୋଗଦେବେ ।

ଉତ୍ତର ପ୍ରଦେଶର ପର୍ଯ୍ୟବେକ୍ଷକ କରାଯାଇଥିବା ଗୃହମନ୍ତ୍ରୀ ଅମିତ ଶାହ ଓ ସହପର୍ଯ୍ୟବେକ୍ଷକ ରଘୁବର ଦାସ ମାର୍ଚ୍ଚ ୨୧ରେ ଲଖନଉ ଗସ୍ତ କରିପାରନ୍ତି । ଏହି ୨ ନେତା ଆସିବା ପରେ ବିଜେପି ବିଧାୟକ ଦଳର ବୈଠକ ହେବ, ଯେଉଁଥିରେ ଯୋଗୀ ଆଦିତ୍ୟନାଥଙ୍କୁ ଔପଚାରିକ ଭାବେ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇପାରେ । ଶାହଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ଏହି ପ୍ରସ୍ତାବିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ଉପରେ ଅନ୍ତିମ ନିଷ୍ପତ୍ତି ନିଆଯାଇପାରେ ।

ସୂତ୍ର ଅନୁସାରେ କିଛି ମନ୍ତ୍ରୀଙ୍କୁ ନୂତନ ମନ୍ତ୍ରିମଣ୍ଡଳରୁ ବାହାର କରାଯାଇପାରେ । ଅପରପକ୍ଷେ ନବାଗତଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ପୂର୍ବତନ ଆଇପିଏସ ଅଧିକାରୀ ଅସୀମ ଅରୁଣ, ରାଜେଶ୍ୱର ସିଂହ, ଏକେ ଶର୍ମା, ବେବିରାନୀ ମୌର୍ଯ୍ୟ, ଅଂଜୁଲା ମାହୋର, ପ୍ରତିଭା ଶୁକ୍ଲାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ।