ଓଭରଟେକିଂ ସମୟରେ ଓଲଟିଲା ବସ୍‌; ଦୁର୍ଘଟଣାରେ ଶିଶୁ ସମେତ ୨ ମୃତ, ୧୨ ଆହତ

ନୂଆଦିଲ୍ଲୀ,ଏଜେନ୍ସି: ହରିୟାଣାର ନୁଙ୍ଗହରେ ଶନିବାର ଏକ ଦ୍ରୁତଗାମୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଓଭରଟେକ୍ ସମୟରେ ଅନିୟନ୍ତ୍ରିତ ହୋଇ ସଡ଼କ ପାଶ୍ୱର୍ରେ ବସ୍‌ଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣେ ଶିଶୁ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ କହିଛି ଯେ, ସଲମ୍ବା ନିବାସୀ ଅବରାର (୧୧) ଓ ଅରୱର ଜିଲ୍ଲା ନିବାସୀ ମୁନଫରୀଦ (୧୮) ଦୁର୍ଘଟଣାର ଶିକାର ହୋଇଛନ୍ତି । ମୋଟ ୧୨ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ଦିଲ୍ଲୀ-ଅଲୱର ରାସ୍ତାର ସାଲମ୍ବା ଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି ।

ପୋଲିସ କହିଛି ଯେ, ଓଭରଟେକ କାରଣରୁ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଏକ ଦୋକାନୀ ଆଶକ ଅଲୀ କହିଛନ୍ତି, ବସ ଓଲଟି ମୋର ଦୋକାନ ଉପରେ ପଡ଼ିଲା । ଦୁର୍ଘଟଣା ପରେ ଉତ୍ତେଜିତ ଲୋକେ ଦିଲ୍ଲୀ-ଅଲୱର ଜାତୀୟ ରାଜପଥ ରୋକ କରିଥିଲେ ।