ଟି-୨୦ରେ ଆଇପିଏଲ ଷ୍ଟାର କ୍ରିକେଟରଙ୍କ ଡେବ୍ୟୁ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷା ପରେ ଆଇପିଏଲ ଷ୍ଟାର କ୍ରିକେଟର ୟଶସ୍ୱୀ ଜେସୱାଲ ୱେଷ୍ଟେଣ୍ଡିଜ ବିରୋଧରେ ଖେଳା ଯାଉଥିବା ଟି-୨୦ ମୁକାବିଲାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୟଶସ୍ୱୀଙ୍କୁ ୱିକେଟପିକର ବ୍ୟାଟ୍ସମ୍ୟାନ ଇଶାନ କିଶାନଙ୍କ ସ୍ଥାନରେ ଖେଳିବାର ସୁଯୋଗ ମିଳିଛି । ଫଳରେ ୟଶସ୍ୱୀ ଆଜି ଶୁଭମନ ଗିଲଙ୍କ ସହ ଓପନିଂ ଭାର ସମ୍ଭାଳିବେ । ଏହାପୂର୍ବରୁ ୟଶସ୍ୱୀ ଏହି ଟୁର୍ଣ୍ଣାମେଣ୍ଟରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ୟଶସ୍ୱୀ ତାଙ୍କ ଡେବ୍ୟୁ ମ୍ୟାଚରେ ଶତକୀୟ ପାଳି ଖେଳିଥିଲେ ।

ସୂଚନାଯୋଗ୍ୟ, ୫ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ୱେଷ୍ଟେଣ୍ଡିଜ ୨ଟି ମ୍ୟାଚ ଜିତି ସାରିଛି । ସେଥିପାଇଁ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।