ଏଥର ଗୁଜରାଟରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ ଯାତ୍ରା’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଭାରତ ଯୋଡ଼ୋ ଯାତ୍ରା’ର ଦ୍ୱିତୀୟ ଚରଣର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ସମୟରେ ରାହୁଲ ଗୁଜରାଟରୁ ମେଘାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିବେ । ରାହୁଲଙ୍କ ପଦଯାତ୍ରା ସହ ମହାରାଷ୍ଟ୍ର କଂଗ୍ରେସ ତରଫରୁ ମଧ୍ୟ ସମଗ୍ର ରାଜ୍ୟରେ ପଦଯାତ୍ରା ଶୁଭାରମ୍ଭ କରାଯିବ । ଏନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପଟୋଲେ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ସେ ଯାତ୍ରାର ମାର୍ଗ ଏବଂ ତାରିଖ ସମ୍ବନ୍ଧରେ କୌଣସି ସୂଚନା ଦେଇ ନାହାନ୍ତି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ରାହୁଲ ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଯେଡ଼ୋ ଯାତ୍ରା ଆରମ୍ଭ କରିଥିଲେ । ଏଥିରେ ୧୨ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ସାମିଲ ଥିଲା । ଏହି ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ଶେଷ ହୋଇଥିଲା। ଏହି ଯାତ୍ରା ୧୩୦ ଦିନରୁ ଅଧିକ ଦିନ ଚାଲିଥିଲା ।