ଦେଓଗାଁ,ଏନ୍ଏନ୍ଏସ୍: ଧାନ କୁଣ୍ଡା ବସ୍ତା ଭିତରେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଆନ୍ତଃରାଜ୍ୟ ଚାଲାଣ ହେଉଥିବାବେଳେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ପୁଲିସ ହାତରେ ଏହା ଧାରା ପଡିଛି। ଏହି ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୬ଜଣ ଗିରଫ ହୋଇଥିବାବେଳେ ଗଞ୍ଜେଇ ଚୋରାଚାଲାଣର ମାଷ୍ଟରମାଇଣ୍ଡ ନି ଶିଲ୍ପପତି ନିରଞ୍ଜନ କେଡିଆକୁ ପୁଲିସ ଖୋଜୁଥିଲା। ମୁନିଗୁଡ଼ା ପୁଲିସର ପଚରାଉଚୁରା ପରେ ନିରଞ୍ଜନଙ୍କ ଘର ବଲାଙ୍ଗିର ଜିଲ୍ଲା ତୁଷୁରା ସହରରେ ବୋଲି ଜଣାପଡ଼ିଥିଲା। ଏହାପରେ ମୁନିଗୁଡ଼ା ପୁଲିସର ଏକ ସ୍ବତନ୍ତ୍ର ଟିମ୍ ବଲାଙ୍ଗିର ଆସି ତାଙ୍କୁ ଘରୁ ଗିରଫ କରି ନେଇଛି।
ନିରଞ୍ଜନଙ୍କଠାରୁ ଏକ ମୋବାଇଲ, ୨ଟି ଗଞ୍ଜେଇ ଗଛର ଫଟେ ଏବଂ ୨ଟି ମୋବାଇଲ ଜବତ କରିଥିବା ରାୟଗଡ଼ା ପୁଲିସ ତରଫରୁ ସୂଚନା ଦିଆଯାଇଛି। ଏହି ଗଞ୍ଜେଇ ମଧ୍ୟ ପ୍ରଦେଶ ରାଜ୍ୟର ସାଗର ଜିଲ୍ଲାକୁ ଚୋରାଚାଲାଣ ହେଉଥିଲା। ପୁଲିସ ସୂଚନା ଅନୁସାରେ, ଗତ ୩ ତାରିଖରେ ମାଷ୍ଟରମାଇଣ୍ଡ ନିରଞ୍ଜନ ରାୟଗଡ଼ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ଡ଼ କସୋରଡ଼ା ଅଞ୍ଚଳର ସୁନୀଲ କୁମାର ସିଂ ଏବଂ ୬ ଜଣ ସହଯୋଗୀଙ୍କ ସହ ମିଶି ସେହି ଅଞ୍ଚଳରେ ବିପୂଳ ପରିମାଣରେ ଗଞ୍ଜେଇ ସଂଗ୍ରହ କରି ଅନ୍ତଃ ରାଜ୍ୟ ଚୋରା ଚାଲଣ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ମାତ୍ର ରାଜ୍ୟ ରାଜପଥ ୫ର କୁଝାଗଡ଼ଠାରେ ମୁନିଗୁଡ଼ା ପୁଲିସ ଏହି ଗଞ୍ଜେଇ ଚାଲାଣ ଗାଡ଼ିକୁ କାବୁ କରିଥିଲା।
ଏହି ଗ୍ରୁପର ମୁଖ୍ୟ ବଲାଙ୍ଗିରର ନିରଞ୍ଜନ ବୋଲି ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ମୁନିଗୁଡ଼ା ପୁଲିସର ଏକ ସ୍ବତନ୍ତ୍ର ସ୍କାର୍ଡ଼ ବଲାଙ୍ଗିର ଆସି ତାକୁ ଗିରଫ କରିଛି। ଏପରିକି ନିରଞ୍ଜନଙ୍କର ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାରେ ୩ଟି ରାଇସ ମିଲ ସହ ଗୋଟିଏ ପଥର କ୍ରସର ରହିଛି। ତେଣୁ ସେହି ବାହାନାରେ ତାଙ୍କର ଅନ୍ତଃ-ରାଜ୍ୟ ପରିବହନ ଚାଳୁଥିଲା। ଏପରିକି ସେ ପୂର୍ବରୁ ଦୁଇଟି ଅପରାଧିକ ମାମଲାରେ ଜଡ଼ିତ ରହିଛନ୍ତି।