ନାରୀମାନଙ୍କ ପାଇଁ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଏଇତ ଜୀବନ ଭି ସଂଗଠନ ପକ୍ଷରୁୁ ନାରୀମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ନାରୀମାନଙ୍କୁ ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି। ଏହାଦ୍ୱାରା ସେମାନେ ଦୁଷ୍କର୍ମ, ଅନ୍ୟର କ୍ରୋଧର ଶିକାର ହେବାରୁ ରକ୍ଷା ପାଇବା ସହ ନିଜକୁ ପୁରୁଷ ସହ ସମକକ୍ଷ କରି ସମାଜର ପ୍ରଗତିରେ ଅଂଶଗ୍ରହଣ କରିପାରିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

୫ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବର୍ଗର ଝିଅ ପିଲା ଓ ଯୁବତୀ ତଥା ମହିଳାମାନେ ଭାଗ ନେଇଛନ୍ତି। ନ୍ୟାସନାଲ୍ କରାଟେ ଫାଉଣ୍ଡେସନର ପ୍ରଶିକ୍ଷକ ସୁଶାନ୍ତ ଗୁପ୍ତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଗଠନର ଏହିଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବାବେଳେ ନାରୀଙ୍କ ସୁରକ୍ଷା ପାଇଁ ଏହିଭଳି କାର୍ଯ୍ୟ ସଂଗଠନ ପକ୍ଷରୁ ଜାରି ରହିବ ବୋଲି ସଭାନେତ୍ରୀ ମାନସୀ ପଣ୍ଡା କହିଛନ୍ତି।