ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟିକା

ମୁମ୍ବାଇ,ଏଜେନ୍ସି: ରାତି ପାହିଲେ ମହିଳା ଆଇପିଏଲ । ମୁମ୍ବାଇ, ଗୁଜୁରାଟ, ବାଙ୍ଗାଲୋର, ୟୁପି ୱାରିୟର୍ସ ପରେ ଦିଲ୍ଲୀ କ୍ୟାପିଟାଲ୍ସ ତାର ଅଧିନାୟିକା ନିଯୁକ୍ତ କରିଛି । ଅଷ୍ଟ୍ରେଲିଆ ଅଧିନାୟିକା ମେଗ ଲାନିଙ୍ଗକୁ ଅଧିନାୟିକା ଭାବେ ଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଲାନିଙ୍ଗ ଉପରେ ଦିଲ୍ଲୀ କ୍ୟାପିଟାଲ୍ସ ଭରସା କରିଛି । ଭାରତୀୟ ଖେଳାଳି ଜେମିମା ରୋଡ୍ରଗ୍ସିଙ୍କୁ ଉପଅଧିନାୟିକା ନିଯୁକ୍ତ କରିଛି ଦିଲ୍ଲୀ । ୫ ତାରିଖରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଦିଲ୍ଲୀ କ୍ୟାପିଟାଲ୍ସ ।

୩୦ ବର୍ଷୀୟ ଲାନିଙ୍ଗଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ଚଳିତ ବର୍ଷ ଟି-ଟ୍ବେଣ୍ଟି ବିଶ୍ବକପ ବିଜେତା ହୋଇଛି । ତାଙ୍କ ନେତୃତ୍ବରେ ଦଳ ରେକର୍ଡ ୪ ଥର ଟି -ଟ୍ବେଣ୍ଟି ବିଶ୍ବକପ ଜିତିଛି । ତେଣୁ ତାଙ୍କ ନେତୃତ୍ବରେ ଦିଲ୍ଲୀ ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମେଗ ଲାନିଙ୍ଗ ବୁଧବାର ମୁମ୍ବାଇରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି ।