କର୍ଲାମୁଣ୍ଡା,ଏନ୍ଏନ୍ଏସ୍: କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ପଞ୍ଚାୟତ ବାଗବୁରାଇ ତାରିଣୀ ଛକରୁ ଭାଟାପଳା କେନାଲ ଛକ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଉକ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ପଥର ଗୁଣ୍ଡ ଓ ବଜୁରି ପଡିବାର ନିୟମ ରହିଥିଲେ ମଧ୍ୟ ଠିକାଦାର ପଥର ଗୁଣ୍ଡ ସହ ବାଲି ଓ ଅଳ୍ପ ପରିମାଣର ବଜୁରି ମିଶାଇ ଲାଭ ଖୋର ମନୋବୃତି ରଖି ରାସ୍ତା ନିର୍ମାଣ କରୁଥିବା ଦେଖାଯାଉଛି। ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ସୂଚନାମତେ ଏମଡିଆର୍ ୧୧୫ ଠାରୁ ଭାଟାପଳା ଭାୟା ବାଗବୁରାଇ ଧରଣୀ ପଡା ରିଞ୍ଜା ପର୍ଯ୍ୟନ୍ତ ମୋଟ ୯.୭୦ କିମି ରାସ୍ତା ନିର୍ମାଣ ପାଇଁ ୭ କୋଟି ୫୭ ଲକ୍ଷ ୮୫ ହଜାର ଟଙ୍କା ଅଟକଳ ରହିଥିବା ବେଳେ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦେଖା ମିଳୁନଥିବା ଅଭିଯୋଗ ହେଉଛି। ଲକ୍ଷ ଲକ୍ଷ ସରକାରୀ ଅର୍ଥକୁ ଠିକାଦାର ପୋଷା ନୀତି କାର୍ଯ୍ୟ ହେଉଥିବାରୁ ଠିକାଦାର ଏବଂ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ମାନଙ୍କ ଭିତିରି ବୁଝାମଣା ହୋଇଥିବା ଜଣାପଡୁଛି। ଉକ୍ତ କାର୍ଯ୍ୟର ଠିକାଦାରକୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ଫୋନ ଗ୍ରହଣ କରିନଥିଲେ।