ନରସିଂହ ବିଷ୍ଣୁପ୍ରିୟା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ନରସିଂହ ବିଷ୍ଣୁପ୍ରିୟା ଟ୍ରଷ୍ଟ ପକ୍ଷରୁ ଆଜି କୋଲାବିରା ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ଶ୍ରୀ ଦାସ କହିଛନ୍ତି ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କସହ ମହିଳାମାନେ କିପରି ତାଳ ଦେଇ କାମ କରି ପାରିବେ, ନିଜ ପରିଚୟ ନିଜେ ତିଆରି କରି ପାରିବେ, ରାଜ୍ୟ ତଥା ଦେଶର ପ୍ରଗତୀରେ ଯୋଗଦାନ କରି ପାରିବେ ସେ ଦିଗରେ ମହିଳାଙ୍କୁ ଶସକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ନବଦାସ କହିଥିଲେ। ରାଜ୍ୟର ପ୍ରତ୍ୟେକ ମହିଳା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଶର ଯେକୌଣସି ସ୍ଥାନରେ ନିଶୁଳ୍କ ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ସେହିପରି ମହିଳା ସଶକ୍ତି କରଣ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀକୁ ସହାୟତା, ନାରୀ ଶିକ୍ଷା, ନିଯୁକ୍ତି ତଥା ଆତ୍ମ ନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନ କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। ସେହିପରି ସୁଶ୍ରୀ ଦୀପାଳି ଦାସ କହିଛନ୍ତି ନାରୀ ବିନା ବିକାଶ ଅସମ୍ଭବ। ନାରୀର ବିକାଶରେ ଦେଶ ବିକଶିତ ହୋଇ ପାରିବ। ଏହି ଅବସରରେ ରୋଜାଲିନ ପଟେଲ, ଜୟନ୍ତୀ ବାହୁକ, ସ୍ୱପମୟୀ ପଟେଲ, ବବିତା ରାମୋନି, କଳ୍ପନା ପଣ୍ଡା, ମୋନାଲିସା ସାହୁ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ମହିଳାମାନେ ଯୋଗ ଦେଇଥିଲେ।