ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଡିଆରଡିଏ ସଭାଗୃହରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୌଦାମିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲ୍ଲାପାଳ ଡା.ୱାଇ.ବିଜୟ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ, ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଧର୍ମେନ୍ଦ୍ର ବେଉରିଆ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ସଶକ୍ତୀକରଣ ଓ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କରିଥିବାବେଳେ ସେମାନେ ଏହାର ସୁଯୋଗ ନେଇ ଆତ୍ମନିର୍ଭରଶୀଳ ହେବାକୁ ଉପସ୍ଥି ଅତିଥିବୃନ୍ଦ ଆହ୍ୱାନ ଦେଇଥିଲେ। ମାଲକାନଗିରିରେ ମିଶନ ଶକ୍ତି ଜରିଆରେ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜଡ଼ି ହୋଇ ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ ହୋଇଥିବାବେଳେ ଏମାନଙ୍କୁ ବ୍ୟାଙ୍କ ଋଣ ସହ ଚାଷ ଓ ବିଭିନ୍ନ ବ୍ୟବସାୟ କରିବାକୁ ପ୍ରତ୍ସାହନ ଦିଆଯାଉଛି। ଏହାଦ୍ୱାରା ଅନେକ ଗୋଷ୍ଠୀ ସଶକ୍ତ ହେବା ସହ ମହିଳାମନେ ରୋଜଗାରକ୍ଷମ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯାଇଥିଲା।