ରାଜ୍ୟସ୍ତରୀୟ ସମାରୋହରେ ମାଲକାନଗିରି ମହିଳା ପୁରସ୍କୁତ

ମାଲକାନଗିରି,ଏନ୍ଏନ୍ଏସ୍: ଭୁବନେଶ୍ୱର ଠାରେ ‘କାଦମ୍ବିନୀ’ ପତ୍ରିକା ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମାଲକାନଗିରି ଜିଲ୍ଲାର ମହିଳାମାନେ ସମ୍ମାନିତ ହୋଇଛନ୍ତି। ତୃଣମୂଳସ୍ତରର ପଞ୍ଚାୟତ ପ୍ରତିନିଧି ଭାବେ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାର ସଫଳ ରୁପାୟନ କରି ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ କାଦମ୍ବିନୀ ପତ୍ରିକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତ ଯୋଗଦେଇ ସିନ୍ଧ୍ରିମାଳ ପଞ୍ଚାୟତର ସରପଞ୍ଚ ସମାରୀ ମାଡକାମି , ସାଲିମି ପଞ୍ଚାୟତର ସରପଞ୍ଚ ବିଜୟଲକ୍ଷ୍ମୀ ଭୂମିଆ, ବୀରଲକ୍ଷ୍ମଣପୁର ସରପଞ୍ଚ ସଂଯୁକ୍ତା ଖିଲ, ମାଥିଲି ସରପଞ୍ଚ ଗୌରୀ ବାଟେ, ପାଙ୍ଗାମ୍ ସରପଞ୍ଚ ଉଜ୍ୱଳା ପ୍ରେମା, କୁଡୁମୁଲୁଗୁମ୍ମା ସରପଞ୍ଚ ପହଲା ପାଙ୍ଗି, ପୋଡାଘାଟ ସରପଞ୍ଚ ଲଳିତା ମାଝୀ , ଚାଲାଣଗୁଡା ସରପଞ୍ଚ ପୁଷ୍ପାରାଣି ପଡିଆମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।