ବିଶ୍ୱ ମିତବ୍ୟୟତା ଦିବସ ପାଳିତ

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲା ପ୍ରଶାସନ ଦ୍ୱାରା ବିଶ୍ୱ ମିତବ୍ୟୟତା ଦିବସ ପାଳିତ ହୋଇଛି। ଲୋକେ ଅନାବଶ୍ୟକ ଖର୍ଚ୍ଚ ନକରି ନିଜ କଷ୍ଟ ଉପାର୍ଜିତ ଆୟକୁ ସଦ୍ ମାର୍ଗରେ କିପରି ବ୍ୟୟ କରିବେ ସେ ସମ୍ପର୍କିତ ବାର୍ତ୍ତା ସଚେତନତା ରଥ ମାଧ୍ୟମରେ ପ୍ରଚାର କରା ଯାଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟ ପରିସସରରୁ ଏହି ସଚତେନତା ରଥକୁ କୋରାପୁଟ ଉପ-ଜିଲ୍ଲାପାଳ ଲଳିତ କୁମାର କହଁର ଉଦଘାଟନ କରିଥିଲେ। ଏଥିରେ ଜୟପୁର ସ୍ୱଳ୍ପ ସଂଚୟକାରୀ ଅଧିକାରୀ ସନ୍ତୋଷ କୁମାର ରଥ ଏବଂ ରାଜେନ୍ଦ୍ର ସମରଥ ଯୋଗଦେଇଥିଲେ।