କୋରାପୁଟ ଜିଲ୍ଲାରେ ୧୩ ଡେଙ୍ଗୁ ରୋଗୀ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୩ଜଣ ଡେଙ୍ଗୁ ରୋଗୀ ଥିବା ଜଣାପଡିଛି। କୋରାପୁଟ ଜିଲ୍ଲାରେ ୭୮ ଜଣଙ୍କ ଡେଙ୍ଗୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ରହିଥିବା ଡାକ୍ତର ବେଉରା ସୂଚନା ଦେଇଛନ୍ତି। ୨୦୧୪ରେ ୮୧ ଜଣଙ୍କ ପରୀକ୍ଷା କରା ଯାଇଥିଲା ଓ ୫ ଜଣ ପଜିଟିଭ ଥିବା ବେଳେ ୨୦୧୫ଓ ୨୦୧୬ରେ କେହି ହେଲେ ପଜିଟିଭ୍ ନଥିଲେ। ୨୦୧୭ରେ ୩,୨୦୧୮ ରେ ୧୭ ପଜିଟିଭ ଓ ୨୦୧୯ରେ ୨୧ ଜଣ ପଜିଟିଭ ରହିଥିବା ସିଡିଏମଓ ପ୍ରକାଶ କରିଛନ୍ତି। ତେବେ ଘରୋଇ କ୍ଲିନିକରେ କିଟ୍ ଦ୍ୱାରା ପରୀକ୍ଷା କରା ଯାଉଥିବା ରିପୋର୍ଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ନ ଥିବା ଜଣାପଡିଛି। ରାଜ୍ୟ ସରକାର ଘରୋଇ ଡେଙ୍ଗୁ ପରୀକ୍ଷାକୁ ବାରଣ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ପ୍ରକାଶ କରିଛନ୍ତି।