ଝାରସୁଗୁଡାରେ ପୁଣି ୩୭ ପଜିିଟିଭ ଚିହ୍ନଟ, ଜଣେ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ପୁଣି ୩୭ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି। ମୃତ ବ୍ୟକ୍ତି ଜଣକ ୬୮ ବର୍ଷିୟ ପୁରୁଷ ହୋଇଥିବାବେଳେ ତାଙ୍କୁ ମଧୁମେୟ ଓ ଆସ୍ତମା ପରି ରୋଗ ଥିବା ସୂଚାନା ମିଳିଛି। ଅନ୍ୟପଟେ ଆଜି ଚିହ୍ନଟ ହୋଇଥିବା ୩୭ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦ ଅଞ୍ଚଳରୁ ୨୦ ଜଣ, ବେଲପାହାଡ ପୌରପରିଷଦ ଅଞ୍ଚଳରୁ ୭ ଜଣ, ବ୍ରଜରାଜନଗର ପୌରପରିଷଦ ଅଞ୍ଚଳରୁ ୪ ଜଣ, ଝାରସୁଗୁଡା ବ୍ଲକ ଅଞ୍ଚଳରୁ ୨ ଜଣ, କୋଲାବିରା ବ୍ଲକ ଅଞ୍ଚଳରୁ ଜଣେ ଓ କିର୍ମିରା ବ୍ଲକରୁ ୩ ଜଣ ରହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ୩ ଶହ ୩୩କୁ ପହଞ୍ଚିଥିବା ବେଳେ ୬ ହଜାର ୯୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨୩ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ୧୪ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।