ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ: ଏଥର ଭାରତରେ ହେବାକୁ ଥିବା ୱାର୍ଲ୍ଡକପକୁ ଆଉ ମାତ୍ର ୧୦୦ ଦିନ ବାକି ରହିଲା । ଆଇସିସି(ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ) ତରଫରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏହିକ୍ରମେ ଅକ୍ଟୋବର ୫ରୁ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଉଭୟ ଟିମ୍ ପରସ୍ପରକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭେଟିବେ । ଏହାସହ ୱାର୍ଲ୍ଡକପର ଫାଇନାଲ ମ୍ୟାଚ ନଭେମ୍ବର ୧୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ସେହିପରି ଭାରତୀୟ ଟିମ୍ ୱାର୍ଲ୍ଡକପ୍ ଅଭିଯାନ ଅକ୍ଟୋବର ୮ରୁ ଆରମ୍ଭ କରିବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ହେବାକୁ ଥିବା ଏହି ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଭାରତ ଶେଷ ଲିଗ ମ୍ୟାଚ ଅକ୍ଟୋବର ୨୯ରେ ଇଂଲଣ୍ଡ ବିରୋଧରେ ଲଖନଊର ଇକାନା ଷ୍ଟାଡିୟମରେ ଖେଳିବ ।