ନୂଆଦିଲ୍ଲୀ: ୱାର୍ଲ୍ଡକପ୍ ୨୦୨୩ ପାଇଁ ଆଇସିସି ପକ୍ଷରୁ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଟିମ ଅକ୍ଟୋବର ୧୫ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମୁକାବିଲା ଅପରାହ୍ନରେ ୨ଟାରେ ଖେଳାଯିବ । ଏହି ମ୍ୟାଚକୁ ଦେଖିବା ପାଇଁ ଲକ୍ଷେରୁ ଅଧିକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହିବେ ବୋଲି ଅନୁମାନ କରାଯାଉଛି । ୱାର୍ଲ୍ଡକପରେ ପାକିସ୍ତାନ ଟିମ୍ ଆଜିପର୍ଯ୍ୟନ୍ତ ଭାରତକୁ ହରାଇବାରେ ବିଫଳ ରହିଛି ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ୱାର୍ଲ୍ଡକପ୍ ଅଭିଯାନ ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆ ବିରୋଧରେ ଆରମ୍ଭ କରିବ । ଅକ୍ଟୋବର ୧୧ରେ ଆଫଗାନିସ୍ତାନକୁ ଭାରତ ଦିଲ୍ଲୀରେ ଭେଟିବ । ଅକ୍ଟୋବର ୧୫ରେ ଭାରତ ଓ ପାକିସ୍ତାନ ଏବଂ ଅକ୍ଟୋବର ୧୯ରେ ଭାରତ ଓ ବାଂଲାଦେଶ ମୁକାବିଲା ପୁଣେରେ ଖେଳାଯିବ । ଅକ୍ଟୋବର ୨୨ରେ ଭାରତ ବନାମ ନ୍ୟୁଜିଲାଣ୍ଡ ମୁକାବିଲା ଧର୍ମଶାଲାରେ ହେବ । ଅକ୍ଟୋବର ୨୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଖନଊରେ ମ୍ୟାଚ ଖେଳାଯିବ ।