ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଘରକାମ କରୁଥିବା ସମୟରେ ଜଣେ ଶ୍ରମିକ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି। ମୃତ ଶ୍ରମିକ ଜଣଙ୍କ ଚଙ୍ଗିରିଆ ଗାଁର ଡିଙ୍ଗର ବରିହା(୪୬)।

ସୂଚନା ଅନୁସାରେ, ଆଜି ସକାଳେ ପାଟଣାଗଡ଼ ବିଧାୟକଙ୍କ ଛାତ ସ୍ଲାପ ଖୋଲୁଥିବା ସମୟରେ ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡିଙ୍ଗର ଅଚେତ ହୋଇଯାଇଥିଲେ। ପରେ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ଡାକ୍ତରଖାନାରେ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।