ବନ ବିଭାଗ ହାତରେ କାଠ ମାଫିଆ

ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଞ୍ଜ ଅଧୀନରେ ଥିବା ଧଉରାଦାଦର ଗାଁ’ରୁ ଗତକାଲି ବିଳମ୍ବିତ ରାତିରେ କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ହାତରେ ଧରାପଡ଼ିଛି। ପ୍ରାୟ ୫ ଟନ ଖଇର କାଠ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ୨୫ ହଜାର ବୋଲି ବନ ବିଭାଗ ସୂଚନା ଦେଇଛି।

ଚୋରା ଚାଲାଣରେ ବ୍ୟବହୃତ ମିନିଟ୍ରକ ସମେତ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି। ତେବେ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଡୁଙ୍ଗୁରିପାଲିର ଦିଲ୍ଲୀପ ଗୋଚ୍ଛାୟତ ନାମକ ଜଣେ ଯୁବକକୁ ପୁଲିସ ଗିରଫ କରିଛି। ଏନେଇ ବନ ବିଭାଗ ଡିଏଫଓ ସମୀର ଶତପଥୀ ସୂଚନା ଦେଇଛନ୍ତି। ଏହି ଚଢ଼ଉ ବେଳେ ଡିଏଫଓଙ୍କ ସମେତ ଏସିଏଫ ବାବାଜି ରାଉଳ, ମୋବାଇଲ ସ୍କ୍ୱାଡ ପ୍ରମୁଖ ସାମିଲ ଥିଲେ।