ବ୍ୟାଙ୍କ କର୍ମଚାରୀଙ୍କୁ ସମୂହ କରୋନା ସଂକ୍ରମଣ; ଏକାଧିକ ବ୍ୟାଙ୍କରେ ତାଲା

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେଉଥିବା ବେଳେ ଏହାର ପ୍ରଭାବ ବ୍ୟାଙ୍କ ସେବାରେ ମଧ୍ୟ ଦେଖିବାକୁ ମିଳିଛି। ଦେବଗଡ଼ ଜିଲ୍ଲାରେ ଥିବା ଏକାଧିକ ରାଷ୍ଟ୍ରାୟାତ୍ତ ଏବଂ ଘରୋଇ ବ୍ୟାଙ୍କ କର୍ମଚାରୀ କରୋନା ସଂକ୍ରମିତ ହେବା ଫଳରେ ବ୍ୟାଙ୍କ ଗୁଡିକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି।

ଏହିକ୍ରମରେ ଦେବଗଡ଼ ସହରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ, ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଓ ଇଣ୍ଡିଆନ ବ୍ୟାଙ୍କ ସମେତ ବିଭିନ୍ନ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀ ସମୂହ କରୋନା ଆକ୍ରାନ୍ତ ହୋଇଛନ୍ତି। ତେଣୁ ବ୍ୟାଙ୍କ ଗୁଡିକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ଫଳରେ ଉପରୋକ୍ତ ବ୍ୟାଙ୍କ ଗୁଡିକରେ ଆକାଉଣ୍ଟ ଥିବା ହଜାର ହଜାର ଗ୍ରାହକ ସେବାରୁ ବଞ୍ଚିତ ହୋଇଛନ୍ତି। ଏଭଳି ମହାମାରୀ ସମୟରେ ବ୍ୟାଙ୍କକୁ ସହଯୋଗ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁରୋଧ କରିଥିବା ଜଣାପଡିଛି।