ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପଡ଼ିଲେ ତହସିଲଦାର

ଫୁଲବାଣୀ,ଏନ୍ଏନ୍ଏସ୍: ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା ତହସିଲଦାରଙ୍କୁ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ବାଲିଗୁଡ଼ା ତହସିଲଦାର। ସୂଚନା ଅନୁସାରେ ଆଜି ଜବତ ହୋଇଥିବା ଏକ ଟ୍ରାକ୍ଟରକୁ ଛଡ଼ାଇବା ପାଇଁ ଆସିଥିବା ମାଲିକଙ୍କୁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଉକ୍ତ ତହସିଲଦାର।

ତେବେ ଲାଞ୍ଚ ନେଉଥିବା ବେଳେ ତହସିଲଦାର ଚକ୍ରଧର ପାଢୀଙ୍କୁ ଫୁଲବାଣୀ ଭିଜିଲାନ୍ସ ଗିରଫ କରିଛି। ବାଲିଗୁଡ଼ା ତହସିଲଦାରଙ୍କୁ ତାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି।