ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୂଆପଡ଼ା,ଏନ୍ଏନ୍ଏସ୍: ସଦର ଥାନା ଗୋଡଫୁଲା ପଞ୍ଚାୟତ ଜୁନାନୀ ଗାଁରେ ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ହେଲେ ସୂର‌୍ୟୋମତି ନିଆଲ(୬୦)। ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଆଜି ସକାଳୁ ଜୁନାନୀ ଗାଁର ପଦ୍ମନ ନିଆଲ(୬୫) ଓ ସ୍ତ୍ରୀ ସୂର‌୍ୟୋମତି ନିଜ ଚାଷ ଜମିକୁ ମହୁଲ ସଂଗ୍ରହ ପାଇଁ ଯାଉଥିଲେ। ସ୍ବାମୀ ପଦ୍ମନ ଆଗରେ ଚାଲୁଥିବା ବେଳେ ସ୍ତ୍ରୀ ସୂର‌୍ୟୋମତି ପଛରେ ଚାଳୁଥିଲେ। ଏହି ସମୟରେ ଜଙ୍ଗଲରୁ ଦୁଇଟି ଭାଲୁ ଚାଲି ଆସି ସୂର‌୍ୟୋମତିଙ୍କୁ ପଛ ପଟୁ ଆକ୍ରମଣ କରିଥିଲେ। ସ୍ଵାମୀ ପଦ୍ମନ ଚିତ୍କାର କରିବାରୁ ସ୍ତ୍ରୀ ସୂର‌୍ୟୋମତିଙ୍କୁ ଛାଡି ଦୁଇଟି ଭାଲୁ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା। ଏଥିରେ ସୂର‌୍ୟୋମତି ଲହୁଲୁହାଣ ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ଜଂଘର ମାଂସକୁ କାଢି ନେଇଥିବା ବେଳେ ୨୦ରୁ ଅଧିକ ଷ୍ଟିଚ ଲାଗିଥିବା ଜଣାପଡିଛି।