Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ ବ୍ଲକ୍‌ରେ ୨ଥର ବ୍ଲକ୍ ଅଧ୍ୟକ୍ଷ ହୋଇଥିବା ତଥା ବଲାଙ୍ଗିର ଜିଲ୍ଲାର ପୂର୍ବତନ ବିଜେପି ସଭାପତି ଭକ୍ତବନ୍ଧୁ ନାଏକଙ୍କ ବରଗଡ଼ ସ୍ଥିତ ବିକାଶ ହସ୍ପିଟାଲରେ ଗତକାଲି ରାତିରେ ପରଲୋକ ଘଟିଛି। ଖବର ଜାଣିବା ପରେ ସମଗ୍ର ପାଟଣାଗଡ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ ଗତ କିଛିିଦିନ ହେବ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ମରଶରୀର ନିଜ ଗ୍ରାମ ଉଲବାରେ ପହଞ୍ଚିବା ପରେ ପୁରା ଗ୍ରାମରେ ଶୋକର ଛାୟା ଖେଳିଯିବା ସହ ଗ୍ରାମର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଖବରଟି ସାରା ଜିଲ୍ଲାରେ ପ୍ରସାରିତ ହେବା ପରେ ଲୋକଙ୍କ ସୁଅ ଛୁଟିଥିଲା ତାଙ୍କ ବାସଭବନକୁ। ପାଟଣାଗଡ ବିଜେପି ପକ୍ଷରୁ ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତ ଓ ବିଜେପି କର୍ମୀ ତାଙ୍କ ମରଶରୀରରେ ଦଳୀୟ ପତାକା ଦେଇ ସମ୍ମାନ ଜଣାଇଥିଲେ। ଭକ୍ତବନ୍ଧୁ ନାଏକଙ୍କ ବିୟୋଗ ଖବରପାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ମାଧ୍ୟମରେ ଶୋକପ୍ରକାଶ କରିଥିଲେ ଓ ଭକ୍ତଙ୍କ ଅବଦାନ ସହ ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ଓ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଗଭୀର ଶୋକ ପ୍ରକାଶ କରି ବିଜେପି ଜଣେ ଦୃଢ ସଂଗଠକକୁ ହରାଇଲା ବୋଲି କହିଛନ୍ତି। ଲୋଇସିଂହା ବିଧୟାକ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଉଲବା ଗ୍ରାମରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ପାଟଣାଗଡ ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ, ଯୋଗାଣ ଅଧିକାରୀ ମାୟାଧର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନା, ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ, ଅନନ୍ତ ଦାସ, ଲକ୍ଷ୍ମଣ ବାଗ, ପ୍ରବୋଧା ପାଣିଗ୍ରାହୀ, ନୀଳ ପାଣିଗ୍ରାହୀ, ମାଧବ ସାଏଙ୍କ ସମେତ ବହୁ ବିଜେପି କର୍ମୀଙ୍କ ସହ ପାଟଣାଗଡ ଏନଏସିର ପୂର୍ବତନ ନଗରପାଳ ସୁନୀଲ ଗୋଏଲ, ଜିଲ୍ଲା କୃଷକ ସଂଘର ସଭାପତି ଯତି ପ୍ରଧାନ ଓ ପାଟଣାଗଡ ବ୍ଲକ୍‌ର ନବନିର୍ବାଚିତ ଜନପ୍ରତିନିଧିମାନେ, ପାଟଣାଗଡ ସାମ୍ବାଦିକ ସଂଘର ସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ବରିଷ୍ଠ ସାମ୍ବାଦିକ ସଦାଶିବ ସରାଫ ତାଙ୍କ ମରଶରୀରକୁ ଅନ୍ତିମ ଦର୍ଶନ କରି ପୁଷ୍ପମାଲ୍ୟ ଦେଇଥିଲେ। ବହୁ ବିଶିଷ୍ଠ ବ୍ୟକ୍ତିଙ୍କ ସହ ରାଜ୍ୟ ବିଜେପିର ନେତା ମାନେ ଭକ୍ତବନ୍ଧୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପରେ ତାଙ୍କ ମର ଶରୀରକୁ ଉଲବା ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଶେଷ ଦର୍ଶନ ପାଇ ଏକ ସୁସର୍ଜ୍ଜିତ ଗାଡିରେ ନିଆଯାଇଥିଲା। ଶେଷରେ ଗ୍ରାମ ନିଟକରେ ଥିବା ନଦୀରେ ଶବ ସତ୍କାର କରାଯାଇଥିଲା।