ମହିଳାଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ପୂଜାରୀପାଲି ଗ୍ରାମରୁ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ପୁଜାରୀପାଲି ଗ୍ରାମର ସବିତା ପଣ୍ଡା(୭୦)ବୋଲି ଜଣାପଡ଼ିଛି। ଆଜି ସକାଳେ ମହିଳାଙ୍କ ମୃତଦେହ ତାଙ୍କ ଘର ପଛପଟେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବ୍ରଜରାଜନଗର ଏସଡିପିଓ ଦୀଲ୍ଲିପ ଦାସ, ବନହରପାଲି ପୁଲିସ ଓ ସାଇଣ୍ଟିଫିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପଟେ ପ୍ରାଥମିକ ତଦନ୍ତ ଅନୁସାରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି।