ବିକାଶ କାର୍ଯ୍ୟ ପାଇଁ ପୁଣି ସାଂସଦଙ୍କୁ ମିଳିବ ଟଙ୍କା

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ କ୍ୟାବିନେଟ ଓ ସୀସୀଇଏ ବୈଠକରେ ସାଂସଦଙ୍କ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏଥିରେ ଏମପୀଲ୍ୟାଡ ସ୍କିମ ପୁଣିଥରେ ଆରମ୍ଭ କରିବାକୁ ନେଇ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହାଦ୍ୱାରା ପୁଣିଥରେ ବିକାଶ କାର୍ଯ୍ୟ ପାଇଁ ସାଂସଦଙ୍କୁ ଟଙ୍କା ମିଳିବ। ସେଥିପାଇଁ ଚଳିତ ବର୍ଷ ସେମାନଙ୍କୁ ୨ କୋଟି ଲେଖାଏଁ ମିଳିବ। ଆଉ ଆଗାମୀ ବର୍ଷ ୫ କୋଟି ଲେଖାଏଁ ମିଳିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଗତବର୍ଷ ଏହି ଟଙ୍କା କରୋନା ମୁକାବିଲା କରିବା ଲାଗି ବ୍ୟବହାର କରାଯାଇଥିଲା।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅର୍ଥନୀତି ଠିକ୍ ଭାବେ ଚାଲୁଛି। ସେଥିପାଇଁ ଏମପୀଲ୍ୟାଡ ସ୍କିମ ପୁଣିଥରେ ଆରମ୍ଭ କରାଯାଇଛି। ଏତଦବ୍ୟତୀତ ନଭେମ୍ବର ୧୫ ତାରିଖକୁ ଜନଜାତୀୟ ଦିବସ ଭାବେ ପାଳନ କରାଯିବ।