ରାଜ୍ୟରେ ଆଉ ୩୧୭ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୩୧୭ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୧୦ଲକ୍ଷ ୩୩ହଜାର ୩୪୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୫୩, କଟକରୁ ୩୫, ଷ୍ଟେଟପୋଲରୁ ୩୪, ବଲାଙ୍ଗିରରୁ ୧୫, ମୟୁରଭଞ୍ଜରୁ ୧୩, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡ଼ାରୁ ୮, ସୁନ୍ଦରଗଡ଼ରୁ ୬, ବାଲେଶ୍ୱର, ଜଗତସିଂହପୁର ଓ ପୁରୀରୁ ୫ ଲେଖାଏଁ, ଭଦ୍ରକ, କୋରାପୁଟ, ନୂଆପଡ଼ା ଓ ରାୟଗଡ଼ାରୁ ୩ ଲେଖାଏଁ, ଗଞ୍ଜାମରୁ ୨, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୪ହଜାର ୪୨୮ହୋଇଥିବାବେଳେ ୧୦ଲକ୍ଷ ୩୩ହଜାର ୩୪୪ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୮,୩୬୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୨,୯୮୦ଜଣ ଚିକିତ୍ସିତ ହେଉଛନ୍ତି।