ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ

ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ୱ କରିଥିବାବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ ଦିବସର ମହତ୍ତ୍ୱ ବଖାଣି ଥିଲେ । ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡାକ୍ତର ବିଭୂତି ଭୂଷଣ ଆଚାର୍ଯ୍ୟ, ବାଣିଜ୍ୟ ବିଭାଗ ଅଧ୍ୟାପକ ସରୋଜ କୁମାର ପାଠୀ, ଇଂରାଜୀ ବିଭାଗ ଅଧ୍ୟାପକ ତେଜେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରଞ୍ଜନା ପାଢ଼ୀ, ସ୍ନେହଲତା ମାଝୀ, ଅରୁନ୍ଧତୀ ପ୍ରଧାନ, ସଙ୍ଗୀତା ସାହୁ ଓ ଡା. ସଂଯୁକ୍ତା ନାୟକ ପ୍ରମୁଖ ଯୋଗଦେଇ ସମ୍ବର୍ଦ୍ଧନାର ଉତ୍ତର ରଖିଥିଲେ । ଶେଷରେ ବାଣିଜ୍ୟ ଅଧ୍ୟାପକ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।