’USBM’ରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ଯେଉଁଠାରେ ନାରୀମାନଙ୍କୁ ଉଚ୍ଚିତ୍ ସମ୍ମାନ ମିଳେ ଓ ନାରୀ ମାନଙ୍କୁ ପୂଜା କରାଯାଏ, ସେଠାରେ ଦିବ୍ୟ ସଭା ଓ ଭଗବାନ ବିରାଜମାନ କରନ୍ତି। ସଂସ୍କୃତରେ କୁହାଯାଇଛି ‘‘ଯତ୍ର ନାର୍ଯ୍ୟୁସ୍ତ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା’’। ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ଏହି ବାର୍ତ୍ତାର ପ୍ରଚାର ଓ ପ୍ରସାର ପାଇଁ ଭୁବନେଶ୍ବରର ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ’USBM’ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ମୁଖ୍ୟ ବକ୍ତା ଭାବେ OSCPCR ଅଧ୍ୟକ୍ଷା ଶ୍ରୀମତି ସନ୍ଧ୍ୟାବତୀ ପ୍ରଧାନ ଯୋଗଦେଇ ମହିଳା ସମ୍ମାନ ଓ ସାମ୍ବିଧାନିକ ଅଧିକାର ସମ୍ପର୍କରେ ମତ ରଖିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୌମ୍ୟକାନ୍ତ ବଳବନ୍ତ ରାୟ, ଉପଦେଷ୍ଟା ଡଃ କାହ୍ନୁ ଚରଣ ସ୍ବାଇଁ ଓ ଅଧ୍ୟକ୍ଷ ଡଃ ସଂଜୀବ କୁମାର ଦାସ ପରିବର୍ତ୍ତିତ ସମାଜରେ ନାରୀର ଭୂମିକା ଓ ଅବଦାନ ଆଲୋଚନା କରିଥିଲେ।

ସମଗ୍ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା କ୍ଷୁଦ୍ର ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏ ସମ୍ପର୍କରେ କାର୍ଯ୍ୟକ୍ରମର ସଂଯୋଜକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ନାୟକ ଓ ଡ. ସ୍ବାତୀ ମିଶ୍ର ସୂଚନା ଦେଇଛନ୍ତି।