ଆସନ୍ତା ୨୨ରୁ ୨୪ ବନ୍ଦ ରହିବ ପରୀକ୍ଷା

ନୂଆଦିଲ୍ଲୀ: ପୌର ନିର୍ବାଚନ ପାଇଁ ଆସନ୍ତା ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ +୩ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ବନ୍ଦ ରହିବ । କଲେଜ ମାନଙ୍କରେ ପୋଲିଂ ବୁଥ ହେବାକୁ ଥିବାରୁ ପରୀକ୍ଷା ବନ୍ଦ ରଖାଯାଇଛି । ପରୀକ୍ଷା ବନ୍ଦ କରିବାକୁ ରାଜ୍ୟ ନିର୍ବାଚନ ଆୟୋଗ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସବୁ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଚିଠି ଲେଖି ପରୀକ୍ଷା ବନ୍ଦ ନିର୍ଦ୍ଦେଶ ହୋଇଥିବା ନେଇ ଉଚ୍ଚଶିକ୍ଷା ବିଭାଗ ଜଣାଇଛି ।