କିଟନାଶକ ପିଇ ମହିଳାଙ୍କ ଆତ୍ମହତ୍ୟା

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ପାତ୍ର ସାହିରେ ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ପାରିବାରିବ କଳହକୁ ନେଇ ଗ୍ରାମର ପ୍ରଭାକର ପାତ୍ରଙ୍କ ପତ୍ନୀ କସ୍ତୁରୀ ପାତ୍ର(୩୨) କିଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ କୌଣସି କାରଣକୁ ନେଇ ପରିବାର ମଧ୍ୟରେ ଝଗଡା ହୋଇଥିଲା ଏଥିରେ ମାନସିକ ଭାରସାମ୍ୟ ହରାଇ କସ୍ତୁରୀ କିଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ୧୦୮ଆମ୍ବୁଲାନ୍ସ ସାହାଯ୍ୟରେ ନେଇଥିଲେ କିନ୍ତୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର କସ୍ତୁରୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।