ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଫେରାର ଅଭିଯୁକ୍ତ ଗିରଫ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଉକ୍ତ ଗ୍ରାମର ପ୍ରଫୁଲ ନାଏକ(୪୫)ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଫେରାରକୁ ତୁରୁମୁଙ୍ଗା ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚଲାଣ କରିଛି। ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ତୁରୁମୁଙ୍ଗା ଥାନାରେ ପିଡିତା ବୁଧବାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପିଡିତାଙ୍କୁ ପୋଲିସ ଡାକ୍ତରୀମାଇନା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଆରମ୍ଭ କରିଥିଲା । ପିଡିତା ବୁଧବାର ସନ୍ଧ୍ୟାରେ ଗାଁ’ ପୋଖରୀରୁ ଶୌଚ ହୋଇ ଫେରୁଥିବା ସମୟରେ ଅଭିଯୁକ୍ତ ପ୍ରଫୁଲ୍ଲ ବିବାହିତା ମହିଳାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।