ମାନବିକତା ଦେଖାଇଲେ ପୁଲିସ ଅଧିକାରୀ

ଝରିଗାଁ,ଏନ୍ଏନ୍ଏସ୍ : ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତଙ୍କୁ ରାଜରାସ୍ତାରେ ଉଦ୍ଧାର କରିବା ସହ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇ ଚିକିତ୍ସା କରାଇ ମାନବିତତାରୁ ପରିଚୟ ଦେଇଛନ୍ତି ଝରିଗାଁ ଥାନା ଏଏସଆଇ ଅଶୋକ କୁମାର ପାଳ ଏବଂ ଅନ୍ୟ ହୋମଗାର୍ଡ କର୍ମଚାରୀ।

ମିଳିଥିବା ସୂଚନା ଅନୁଯାୟୀ, ରାଇଘର ବ୍ଲକ ମାରିପଦର ଗ୍ରାମର ଆଶୁଦେବ ଗଣ୍ଡ ଆଜି ନିଜସ୍ୱ କାର୍ଯ୍ୟରେ ଝରିଗାଁ ଅଭିମୁଖେ ଆସୁଥିବାବେଳେ,ଝରିଗାଁ -ଉମରକୋଟ ମୁଖ୍ୟରାସ୍ତାରେ ଧନପୁରଠାରେ ଏକ ଅଜଣା ଗାଡ଼ି ଆଶଦୁଦେବଙ୍କ ବାଇକକୁ ଧକ୍କାଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ଫଳରେ ଆଶୁଦେବ ସଡ଼କ ଉପରେ ରକ୍ତାକ୍ତ ଅବସ୍ଥାରେ ଅଚେତ ହୋଇପଡ଼ିଥିଲେ। ଝରିଗାଁ ଥାନା ପୁଲିସ ଅଶୋକ ପାଳ ଆଶୁଦେବଙ୍କୁ ଗୁରୁତର ଅବସ୍ଥାରେ ଏବଂ ତାଙ୍କ ହୋମଗାର୍ଡ଼ ମୁରଲୀ ହଲବା, ଫୁଲସିଂ ଶାନ୍ତା, ଗୋପବନ୍ଧୁ ମାଝୀ ପ୍ରମୁଖ ପେଟ୍ରୋଲିଂ ଗାଡ଼ିରୁ ଓହ୍ଲାଇ ସଙ୍ଗେ ସଙ୍ଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରାଇ ଚିକିତ୍ସା କରାଇଥିଲେ। ସ୍ଥାନୀୟ ସରପଞ୍ଚ ଶ୍ରୀପତି ଭତ୍ରା ମଧ୍ୟ ସେଠାରେ ଉପସ୍ଥିତ ଥାଇ ସହଯୋଗ କରିଥିଲେ। ତେବେ ସ୍ଥାନୀୟ ଚିକିତ୍ସକ ସନ୍ତୋଷ ପ୍ରଧାନ ଗୁରୁତର ଯୁବକଙ୍କୁ ଆଶୁ ଚିକିତ୍ସା ପାଇଁ ନବରଙ୍ଗପୁର ରେଫର କରିଥିଲେ ଓ ଯୁବକର ମୁଣ୍ଡ ଓ ବାମପଟ ପାଦଟି ଦୁର୍ଘଟଣାରେ ଗଭୀର କ୍ଷତ ହୋଇଥିଲା। ପୁଲିସ ବିଭାଗୀୟ ଅଧିକାରୀଙ୍କ ମାନବିକତା ନେଇ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।