ଫପସି ଆମ୍ବେଦକର ଭବନରେ ମହିଳାଙ୍କ ପାଇଁ ଆତ୍ମନିଭରଶୀଳ ପ୍ରଶିକ୍ଷଣ ଶିବିର, ନିଜ ଘରେ ରହି ସ୍ଵବଲମ୍ବୀ ହେବୁ

ସଇଁନ୍ତଲା,ଏନ୍ଏନ୍ଏସ୍: ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଅନେକ ଯୋଜନା ତିଆରି କରି କିଭଳି ନିଜ ଗୋଡ଼ରେ ନିଜେ ଛିଡା ହୋଇ ପାରିବେ ଓ ନିଜକୁ ସ୍ଵବଲମ୍ବୀ କରିବା ପାଇଁ ସଫଳତା ହାସଲ କରିବେ ସେ ନେଇ ମିଶନ ଶକ୍ତି ମାଧ୍ୟମରେ ସାମିଲ କରି ଅନେକ ମହିଳା ମାନେ ସଫଳତା ହାସଲ କରିପାରିଛନ୍ତି। ମିଶନ ଶକ୍ତି ଦ୍ଵାରା ନିଜର ପରିବାର ପୋଷଣ କରିବା ସହ ଆଥିର୍କ ସଞ୍ଚୟ ମଧ୍ୟ କରି ଲାଭବାନ ହୋଇ ପାରୁଛନ୍ତି ଏବଂ ନିଜ ଘରରେ ରହି ନିଜେ କିଭଳି ଭାବରେ ସ୍ଵବଲମ୍ବୀ ହୋଇ ପାରିବେ ସେନେଇ ଅନେକ ପ୍ରସ୍ତୁତ ମଧ୍ୟ ହେଉଛନ୍ତି।

ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ ସ୍ଥିତ ଫପସି ଆମ୍ବେଦକର ଭବନ ଠାରେ ଜିଲ୍ଲା ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ଦୀର୍ଘ ୧୦ ଦିନ ଧରି ୩୫ ଜଣ ମହିଳାଙ୍କୁ ନେଇ ଆତ୍ମନିଭରଶୀଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ମନୀଷ ସୁନା ଯୋଗଦେଇ ନିଜ ଗୋଡ଼ରେ ନିଜେ କିଭଳି ଭାବେ ଠିଆ ହୋଇ ନିଜକୁ ସ୍ଵବଲମ୍ବୀ କରି ପାରିବେ ଓ ରାଜ୍ୟ ସରକାର ଙ୍କ ଯୋଜନା ଗୁଡ଼ିକ ପାଇବା ସହ ଲାଭବାନ ହେବେ ବୋଲି ମତବ୍ୟକ୍ତ ଦେଇଥିଲେ। ନିର୍ଦ୍ଦେଶକ ଭାବେ କୃଷ୍ଣ ଚନ୍ଦ୍ର ନାଏକ ଯୋଗଦେଇଥିବା ବେଳେ ପ୍ରଶିକ୍ଷକ ଭାବେ ସୂର୍ଯ୍ୟମଣୀ ପଧାନ, ତାଲିମଦାତ୍ରୀ ମିନତୀ ମହାପାତ୍ର ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଏଥିରେ ଏମବିକେ ମାଲତି ମହାନନ୍ଦ, ସିଆରପିସିଏମ ସଂଯୁକ୍ତା ମହାପାତ୍ର, ଜିପିଏଲପି ସମ୍ପାଦିକା ରଞ୍ଜୁ ଭଇସା, ନିବେଦିତା ଦୀପ, ପୂଜା ପଧାନ, ରଞ୍ଜୁ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।