ମନ୍ତ୍ରୀଙ୍କୁ ମମତାଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶିକ୍ଷକ ଭର୍ତ୍ତି ଓ ପଶୁ ତସ୍କରୀ ଘୋଟାଲା ମାମଲାରେ ଘେରିଥିବା ଟିଏମସି ସରକାର ପଞ୍ଚାୟତ ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଛବି ସୁଧାରିବାକୁ ଚେଷ୍ଟା କରିଛି । ଲାଲିବତୀ ଓ ହୁଟରଯୁକ୍ତ କାର ବ୍ୟବହାର ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମନ୍ତ୍ରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ସମସ୍ତ ମନ୍ତ୍ରୀ ଓ ନେତାଙ୍କ ପାଇଁ ଆଚାର ସଂହିତା ଜାରି କରିଛନ୍ତି ଯେଉଁଥିରେ କ’ଣ କରିବେ ଏବଂ ନ କରିବେ ତାହା ଉଲ୍ଲେଖ କରାଯାଇଛି ।

ସୂଚନାଯୋଗ୍ୟ, ମମତା ବାନାର୍ଜୀ ଆଜି କ୍ୟାବିନେଟ ବୈଠକ ଡକାଇଥିଲେ । ଉକ୍ତ ବୈଠକରେ ମନ୍ତ୍ରୀଙ୍କୁ କୌଣସି ଫାଇଲ ଆସିଲେ ଭଲ ଭାବେ ପଢ଼ିବା ପରେ ସାଇନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।