ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଝିଞ୍ଜିରିନାଳି ଗ୍ରାମର ଏକ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ସଅଁରାପଶି ଗ୍ରାମର ମଲ୍ଲି ମୁଣ୍ଡା ।ସେ ଝିଞ୍ଜିରିନାଳି ଗ୍ରାମକୁ ଏକ ଶୁଦ୍ଧିକ୍ରିୟା କାମ କୁ ଯୋଗଦେବାକୁ ଆସିଥିଲେ। ଆଜି ସକାଳୁ ଗ୍ରାମର କିଛି ଲୋକ ପୋଖରୀ କୁ ଶୌଚ ହେବାକୁ ଯାଇଥିବା ବେଳେ ପୋଖରୀ ରେ ମୃତଦେହ ଭାସୁଥିବା ର ଦେଖିବାକୁ ପାଇଥିଲେ।

ପରେ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଁଚି ମୃତଦେହ କୁ ଉଦ୍ଧାର କରିଛନ୍ତି। ତେବେ ମହିଳାଙ୍କ ମୁଣ୍ଡ ଓ ଆଖିରେ ଗଭୀର କ୍ଷତ ଲାଗିଛି କେହି ତାଙ୍କୁ ହତ୍ୟା କରି ପୋଖରୀ ରେ ପକାଇ ଦେଇଥିବା ଗ୍ରାମବସୀ ସନ୍ଦେହକରୁଛନ୍ତି ।ପୋଖରୀ ରୁ ଉଦ୍ଧାର ପରେ ବ୍ୟବଛେଦ ପାଇଁ ପାଟଣା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣି ଘଟଣା ର ତଦନ୍ତ କରୁଛି ପାଟଣା ପୋଲିସ ।