ଜଳିଗଲା ଗୁହାଳ :ଦୁଇ ବାଛୁରୀ ଜୀବନ୍ତ ଦଗ୍ଧ

ଆଳି,ଏନ୍ଏନ୍ଏସ୍: ଆଳି ଥାନା ଅନ୍ତର୍ଗତ ମାହାରକୁଳ ଗ୍ରାମରେ ଗତ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୁହାଳ ଘର ଜଳିଯାଇ ୨ ଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ ଗାଈ ଦେହରେ ନିଆଁ ଲାଗି ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମାହାରାକୁଳ ଗ୍ରାମର ବାଙ୍କ ବିହାରୀ ଦାସଙ୍କ ଗୁହାଳ ଘରେ ଗୁରୁବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁର କରାଳ ଆଁ ଭିତରୁ ୨ ଟି ଗାଈ କୁ ବଞ୍ଚାଇ ପାରିଥିବା ବେଳେ ୨ ଟି ବାଛୁରୀ ଜୀବନ୍ତ ଦଗ୍ଧ ହୋଇଯାଇଛିକ୍ଷକ୍ଷ ଏଥି ସହିତ ଗୁହାଳ ଘରେ ଥିବା ୩ ଟି ନାଗ ସାପ ଓ ଗୋଟିଏ ଚିତି ସାପ ଜଳି ଯାଇଥିବା ଦେଖିବାକୁ ମିଳିଛି।