ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଆମ୍ବପାଲି ଗାଁର ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ଜାନକୀ ମହାନନ୍ଦ(୪୮) । ପୂର୍ବ ଶତ୍ରୁତାରୁ ଏଭଳି ଅଭାବନୀୟ ଘଟଣା ଘଟାଇଥିବା ନେଇ ଜାନକୀଙ୍କ ପୁଅ ପଦ୍ମନାଭ ମହାନନ୍ଦ ସଇଁନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ସଇଁନ୍ତଲା ଥାନାଧିକାରୀ ଅବନୀ ସାହୁ,ଏସଏସଆଇ ସଂଗୀତା ବେଙ୍କ, ପ୍ରଶ୍ନ ନାୟକ, ଥବିର ମହାରଣା ଓ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ରିପୋର୍ଟ ମୁତାବକ, ମୃତ ଜାନକୀ ମହାନନ୍ଦ ବିଲକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଫଳରେ ପରିବାର ଲୋକେ ବ୍ୟସ୍ତ ହୋଇ ଖୋଜିବା ଆରମ୍ଭ କରିଥିଲେ । ପରେ ମହିଳାଙ୍କୁ ଅଚେତ ଅବସ୍ଥାରେ ବିଲରେ ପାଇ ତାଙ୍କୁ ପରିବାର ଲେକେ ସଇଁନ୍ତଲା ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଧରା ପଡ଼ି ନାହାନ୍ତି ।