ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ମୋରବୀ ଜିଲ୍ଲା ପହଞ୍ଚିଛନ୍ତି । ମୋଦୀ ଦୀର୍ଘ ସମୟ ଧରି ଆକାଶମାର୍ଗରୁ ଘଟଣାସ୍ଥଳର ସର୍ବେକ୍ଷଣ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ପରେ ହସ୍ପିଟାଲ ଯାଇ ଆହତଙ୍କୁ ଭେଟିବେ ବୋଲି ମଧ୍ୟ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗୁଜରାଟର ମୋରବୀ ଜିଲ୍ଲାର ମଛୁ ନଦୀରେ ପୋଲ ଭାଙ୍ଗିବା ଯୋଗୁ ୧୩୫ ଜଣଙ୍କର ମୃତ୍ୟୁ ଘଟିଛି ।