ମାର୍ଚ୍ଚ ୪ରୁ ମହିଳା ଆଇପିଏଲ

ନୂଆଦିଲ୍ଲୀ: ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ ୨୬ରେ ଖେଳାଯିବ । ୫ଟି ଟିମକୁ ନେଇ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇର ୨ଟି ଷ୍ଟାଡିୟମ ବ୍ୟବହାର କରାଯିବ । ଏଥିରେ ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ପାଟିଲ ଷ୍ଟାଡିୟମ ସାମିଲ ରହିଛି । ଟିମକୁ ଅଧିକ ଯାତ୍ରା କରିବାକୁ ପଡ଼ିବନି ବୋଲି ଏହି ୨ଟି ଷ୍ଟାଡିୟମକୁ ଚୟନ କରାଯାଇଛି ।

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇରେ ଫେବୃଆରୀ ୧୫ରେ ନିଲାମି ହେବ । ଏନେଇ ଆଇପିଏଲ ଚେୟାରମ୍ୟାନ୍ ଅରୁଣ ଧୁମଲ ସୂଚନା ପ୍ରଦାନ କରିଛନ୍ତି ।